ସବୁଠୁଁ ସୁନ୍ଦର ମୋ ' ଗାଆଁ ମନ୍ଦିର
ସୁନ୍ଦର ତା ' ମୁଖଶାଳା
ସୁନ୍ଦର ସୁଉଚ୍ଚ ତା ' ଦଧିନଉତି
ସୁନ୍ଦର ବଗିଚା ମାଳା ।
ସଞ୍ଜ - ସକାଳର ଶଙ୍ଖ ହୁଳହୁଳି
ଘଣ୍ଟ ଘଣ୍ଟା ହରିବୋଲ
ଆଳତି ବେଳାର ଭବ୍ୟ ସମାରୋହ
ସେ ଭକ୍ତିର ନାହିଁ ତୁଲ ।
ପ୍ରଭୁ କଦମ୍ବେଶ୍ୱର ମା ' ପlରବତୀ
ଚତୁର୍ପାଶ୍ଵେ ପାର୍ଶ୍ଵ ଦେବ
ବ୍ରହ୍ମା,ବିଷ୍ଣୁ,ମହେଶ୍ୱରଙ୍କ ତ୍ରୀମୂର୍ତ୍ତୀ
ବସିଛନ୍ତି ଦିବ୍ୟଭାବ ।
ଯଜ୍ଞ ମଣ୍ଡପକୁ ଚାହିଁ ବସିଛନ୍ତି
ସଙ୍କଟ ମୋଚନ ପ୍ରଭୁ
ଯାଗଯଜ୍ଞ ,ଓଷା,ବ୍ରତ,ମଉଛବେ
ଉଚ୍ଛୁଳେ ପ୍ରାଙ୍ଗଣ ବିଭୁ ।
ବିସ୍ତୀର୍ଣ୍ଣ ପୋଖରୀ ନୀଳ ଜଳରାଶି
ହଂସରାଳି କେଳି କ୍ରୀଡା
ଚମ୍ପା,ବଉଳ ଓ ଜୁଇ ,ଯାଇ, ହେନା
(ବଢାନ୍ତି) ସୌନ୍ଧର୍ଯ୍ୟ ମନ୍ଦିର ବେଢ଼ା ।
ଛବି ରାଣୀ ପତି,
ମଧ୍ୟଶାସନ, ବିରିଡ଼ି , ଜଗତସିଂହପୁର ।।
ଫୋନ୍ -୯୩୩୭୯୬୦୦୬୦


0 Comments